____________________________________________________
୧-ମୂଳ ରାମାୟଣ ରଚୟିତା କିଏ ?
ଉ - ମହର୍ଷି ବାଲ୍ମୀକି
୨- ଓଡିଆ ଦାଣ୍ଡି ରାମାୟଣର ରଚୟିତା କିଏ ?
ଉ- ବଳରାମ ଦାସ
୩- ଲକ୍ଷ୍ମୀ ନାରାୟଣଙ୍କର ବାସସ୍ଥାନ କେଉଁଠି ?
ଉ- ବୈକୁଣ୍ଠ ପୁର
୪- ଭଗବାନ ଶିବଙ୍କର ବାସସ୍ଥାନ କେଉଁଠି ?
ଉ- କୈଳାସପୁର
୫- ରତ୍ନାକର ବା ବାଲ୍ମୀକି କିଏ ?
ଉ- ଚ୍ୟବନ ଋଷିଙ୍କ ପୁତ୍ର
୬- ଦସ୍ୟୁ ରତ୍ନାକର ମହାମନ୍ତ୍ର କିପରି ଉଚ୍ଚାରଣ କରିଥିଲେ ?
ଉ- ମରା-ମରା ଶବ୍ଦରୁ
୭- ଦସ୍ୟୁ ରତ୍ନାକରକୁ ବାଲ୍ମୀକି ନାମ କିଏ ଦେଲେ ?
ଉ- ବ୍ରହ୍ମା
୮- ବାଲ୍ମିକୀଙ୍କର ପ୍ରଧାନ ଶିଷ୍ୟ କିଏ ?
ଉ- ଭରଦ୍ଵାଜ
୯- କ୍ରୌଞ୍ଚ ପକ୍ଷୀକୁ କିଏ ମାରିଥିଲା ?
ଉ- ଶବର
୧୦- ପୃଥିବୀର ପ୍ରଥମ ସଂସ୍କୃତ ଶ୍ଳୋକ କିଏ ରଚନା କରିଥିଲେ ?
ଉ- ବାଲ୍ମିକୀ
୧୧- ପୃଥିବୀର ପ୍ରଥମ ସଂସ୍କୃତ ଶ୍ଲୋକ ଟି କଣ ?
ଉ- ମାଂ ନିଷାଦଂ ପ୍ରତିଷ୍ଠାତମ ଗମ୍
୧୨- ଅଯୋଧ୍ୟା ରାଜାଙ୍କର କୁଳ ପୁରୋଧା କିଏ ଥିଲେ ?
ଉ- ବଶିଷ୍ଟ ଓ କାମଦେବ
୧୩-ଦଶରଥ କେତେ ବର୍ଷରେ କୌଶଲ୍ୟାଙ୍କୁ ବିବାହ କରିଥିଲେ ?
ଉ- ତିନିଶହ ବର୍ଷରେ
୧୪- କୌଶଲ୍ୟା କେଉଁ ରାଜାଙ୍କର କନ୍ୟା ?
ଉ- କୋଶଳ ରାଜାଙ୍କର କନ୍ୟା
୧୫-ଦଶରଥଙ୍କର ଦ୍ବିତୀୟ ପତ୍ନୀଙ୍କ ନାମ କଣ ଏବଂ ସେ କାହାର କନ୍ୟା ?
ଉ- କୈକେୟୀ ସେ କୈକେୟ ରାଜାଙ୍କର କନ୍ୟା
୧୬- ଦଶରଥଙ୍କ ତୃତୀୟ ପତ୍ନୀଙ୍କ ନାମ କଣ ଏବଂ ସେ କାହାର କନ୍ୟା ?
ଉ- ସୁମିତ୍ରା ଏବଂ ସେ ସୁମିତ୍ର ରାଜାଙ୍କ କନ୍ୟା
୧୭- ଦଶରଥ କେଉଁ ବଂଶର ରାଜା ଥିଲେ ?
ଉ- ସୂର୍ଯ୍ୟ ବଂଶର
୧୮- ଅଯୋଧ୍ୟାରେ ଅନାବୃଷ୍ଟି ଓ ମରୁଡି କେତେ ବର୍ଷ ଧରି ପଡିଥିଲା ଓ କାହିଁକି ?
ଉ- ଶନିଙ୍କ କୋପ ଦୃଷ୍ଟି ପଡିଥିଲା ଏହା ଚଉଦ ବର୍ଷ ଧରି ଥିଲା ।
୧୯- ସୂର୍ଯ୍ୟ ବଂଶର କେଉଁ ରାଜା ଇନ୍ଦ୍ରଙ୍କୁ ଯୁଦ୍ଧରେ ପରାସ୍ତ କରି ବାନ୍ଧି ଆଣିଥିଲେ ?
ଉ- ରାଜା ରଘୁ
୨୦- କେଉଁ ଶସ୍ତ୍ର ପ୍ରୟୋଗରେ ରାଜା ଦଶରଥ ଦକ୍ଷ ଥିଲେ ?
ଉ- ଶବ୍ଦଭେଦୀ ବାଣ
_____________________________________________________