ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ବା ରେଜଲ୍ଟ ।ବୁଧବାର ଅର୍ଥାତ୍ ଜୁଲାଇ ୦୬ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ନେଇ ଆଜି ଅର୍ଥାତ୍ ସୋମବାର ୦୪ ତାରିଖ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଦିନ ଗୋଟାଏରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ବାହାରିବାର ଏକ ଘଣ୍ଟା ପରେ ଓ୍ୱେବସାଇଟ୍ରେ ଉପଲବ୍ଧ ହେବ ରେଜଲ୍ଟ ବା ପରୀକ୍ଷା ଫଳ ।ତେବେ ରେଜଲ୍ଟ ପ୍ରକାଶ ନେଇ ସବିଶେଷ ତଥ୍ୟ ବୋର୍ଡ ପକ୍ଷରୁ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେହିପରି ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା। ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା ।ଚଳିତବର୍ଷ ୫ଲକ୍ଷ ୨୮ ହଜାର ପିଲା ପରୀକ୍ଷା ଦେଇଛନ୍ତି ।ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ, ୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା। ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା ।
(ଗତ ମେ ମାସ ୨୧ ତାରିଖରୁ ମାଟ୍ରିକ୍ ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଥିଲା)